ଅମାନିଆ ଶ୍ରାବଣ ଟା ଭିଯେଇଲା ଯେବେ
ମୋ ପ୍ରିୟା ଦେହକୁ,
ଆନମନା କରିଦେଲା ତାର
ନିରିମାକ୍ଷି ମନକୁ।।
ଅତି ନିରିମାକ୍ଷୀ ଭାରି ସେ ସରଳ
ନିରୀହ ତାର ମନ,
ଶ୍ରାବଣ କୁ ସିନା ଦେଇଥିଲା ମନ
ଝୁରେ ତାକୁ ରାତିଦିନ।।
ଆସିବାବୋଲି ସେ ଶ୍ରାବଣ ରାତିରେ
ଦେଇଥିଲା ତାକୁ କଥା,
ଶ୍ରାବଣ ସରିଲା ରାତି ପାହିଗଲା
ମନରେ ବଢିଲା ବ୍ୟଥା।।
ଭିଜା ଶ୍ରାବଣରେ ଗୁମୁରି କାନ୍ଦୁଛି
ଝୁରୁଛି ତାକୁ ଏ ମନ,
ଆଖରୁ ଝରୁଛି ଲୋତକ ର ଧାର
ଆକାଶ ଟା ଲାଗେ ଶୂନ୍ୟ।।
ଶ୍ରାବଣ ସରିଛି
ଫୁଲଟିଏ ହୋଇ ପ୍ରତୀକ୍ଷା କରିଛି
ଅବୁଝା ହୁଏ ତା ମନ,
ଶୂନ୍ୟ ଆକାଶକୁ ଅନାଇ ବସିଛି
ଜୀବନ ଟା ରଙ୍ଗହିନ।।
ରଶ୍ମିତା ଦାସ
ଭଗାରାମ, ଭଦ୍ରକ


0 Comments